Header Ads

Header ADS

Odia News Headlines. (ଓଡ଼ିଆ ମୁଖ୍ୟ ଖବର)

*ଖବର ଆଜିର*

ତାରିଖ ୦୨/୦୭/୨୦,ଗୁରୁବାର

୧-ରାଜ୍ୟରେ ବାତିଲ ହେଲା ବାକିଥିବା +୨ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟର ବାକିଥିବା ପରୀକ୍ଷା ବାତିଲ ହୋଇଛି।

୨-ଆସିଲା ବିଜେଡିର ପଦାଧିକାରୀ ତାଲିକା । ଦଳରେ ୮ ଜଣ ବରିଷ୍ଠ ଉପସଭାପତି, ୯ ଜଣ ଉପସଭାପତିଙ୍କୁ ନିଯୁକ୍ତ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।

୩-ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡା। ୨ରୁ ୪ ପଇସା ଭଡ଼ା ବୃଦ୍ଧି କରାଯାଇଛି ।

୪-ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା : ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ କାର୍ଯ୍ୟରୁ ବହିଷୃତ କଲେ ଡିଜିପି ।

୫-ତାମିଲନାଡୁ ନେଭେଲି ଲିଗନାଇଟ କର୍ପୋରେସନରେ ବିସ୍ଫୋରଣ – ୬ ମୃତ, ୧୭ ଆହତ ।

୬-ବାହୁଡ଼ା ଯାତ୍ରା ଶେଷ: ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ,ଆଜି ସୁନାବେଶ ।

୭-ଆମେରିକାରେ କରୋନା ସଂକ୍ରମଣ ଯେତିକି ବଢୁଛି, ଚାଇନା ଉପରେ ରାଗ ସେତିକି ବଢୁଛି: ଟ୍ରମ୍ପ ।

୮-ଚୀନକୁ ବଡ ଝଟକା ଦେଲେ BSNL-MTNL, ରବ୍ଦ କଲେ ୪ଜି ଟେଣ୍ଡର।


୯-ବାବା ରାମଦେବଙ୍କ ’କରୋନିଲ୍’କୁ ବିକ୍ରି ଅନୁମତି ଦେଲା ଆୟୂଷ ମନ୍ତ୍ରଣାଳୟ

୧୦-ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି।୧୬୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ମୋଟ ସୁସ୍ଥ ସଂଖ୍ୟା ୫୩୫୩କୁ ବୃଦ୍ଧି।

୧୧-ଚୀନର ୫୯ଟି ଆପ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଏକ ଚାଇନିଜ ଆପ୍ ୱିବୋକୁ ବାଏ ବାଏ କରିଛନ୍ତି।

୧୨-ଭାରତୀୟ   ରେଳବାଇର ସୁପର ଆନାକୋଣ୍ଡା ପ୍ରଥମ ଥର ପାଇଁ ଟ୍ରାକରେ ଗଡ଼ିଛି। ରେଳବାଇରେ ପ୍ରଥମ ଥର ପାଇଁ ୩ଟି ଇଂଜିନ ସହ ଶତାଧିକ ବଗିରେ ମାଲ ପରିବହନ ହୋଇଛି ।

*ଶୁଭ ସକାଳ,ସୁପ୍ରଭାତ*

No comments

Powered by Blogger.